ରଣବୀର ଓ ଦୀପିକାଙ୍କ ବାହାଘରରେ ରୋଷେଇୟା ପାଇଁ ରହିଛି ଏହି ସର୍ତ୍ତ…

0
135

ମୁମ୍ବାଇ: ବଲିଉଡର ସୁପର ଯୋଡ଼ି ରଣବୀର ସିଂହ ଓ ଦୀପିକା ପାଦୁକୋନଙ୍କ ବାହାଘର ଆଉ ମାତ୍ର ୩ ଦିନ ବାକି ରହିଲା। ଏହି ବାହାଘରରେ ରୋଷେଇୟା ମାନଙ୍କ ପାଇଁ ଅଜବ ସର୍ତ୍ତ ରହିଛି। ଯାହା ଶୁଣିବାକୁ ମିଳୁଛି ଯେ କ୍ୟାଟର୍‌ ଓ ସେଫ୍‌ମାନଙ୍କଠାରୁ ଏହି ବାହାଘରରେ ଏକ ବଣ୍ଡ୍‌ ଲେଖି ନିଆଯାଇଛି। ସେଥିରେ ଲେଖା ରହିଛି ରଣବୀର-ଦୀପିକାଙ୍କ ବାହାଘରରେ ସେମାନେ ଯେଉଁ ଖାଦ୍ୟ ତିଆରି କରିବେ, ତାହା ସେମାନେ ଅନ୍ୟ କେଉଁଠାରେ ତିଆରି କରିବେ ନାହିଁ।