ବିବାହ ନିମନ୍ତେ ରଣବୀର ଓ ଦୀପିକାଙ୍କ ଇଟାଲୀ ଗସ୍ତ

0
126
ranveer and deepika weeding will reportedly take in Italy

ମୁମ୍ବାଇ: ବଲିଉଡର ସୁପର ହିଟ ଯୋଡ଼ି ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ବାହାଘରକୁ ଆଉ ମାତ୍ର ୪ ଦିନ ବାକି ରହିଛି । ଏଥିପାଇଁ ସେ ଇଟାଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଏବେ ସ୍ପଷ୍ଟ ହୋଇଛି ଯେ ସେମାନେ ଇଟାଲିରେ ବିବାହ କରୁଛନ୍ତି। ଏ ଦୁହେଁ ନଭେମ୍ବର ୧୪ ଓ ୧୫ ତାରିଖରେ ବାହା ହେବେ। ଆଜି ଭୋର ସମୟରେ ସେ ଦୁହିଁଙ୍କୁ ନିଜ ନିଜ ପରିବାର ସହିତ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା। ବିମାନ ବନ୍ଦରରେ ଏମାନେ ଯାତ୍ରା କରୁଥିବା ବେଳେ ଖୁବ୍‌ ଖୁସିଥିବା ନଜର ଆସିଛନ୍ତି।