ପ୍ରସ୍ତୁତ କରନ୍ତୁ କର୍ଣଫ୍ଲେକ୍ସ ବରଫି

0
124

ଆବଶ୍ୟକୀୟ ସାମଗ୍ରୀ: କର୍ଣଫ୍ଲେକ୍ସ, ଖାଇବା ହଳଦିଆ ରଙ୍ଗ, ଖୁଆ, ଘିଅ, କ୍ଷୀର, ଭାନିଲା ଏସନସ ଏବଂ ଚିନି।
ପ୍ରସ୍ତୁତି: ପ୍ରଥମେ କଡେଇରେ ଘିଅ ପକେଇ ଖୁଆକୁ ଗୁଣ୍ଡ କରି ସେଥିରେ ଚିନି ଏବଂ କ୍ଷୀର ଦେଇ ଏହାକୁ ଘାଣ୍ଟନ୍ତୁ। ଭଲ ଭାବେ ଘାଣ୍ଟି ହୋଇଗଲା ପରେ ଏଥିରେ କର୍ଣଫ୍ଲେକ୍ସ ପକାଇ ଘାଣ୍ଟନ୍ତୁ। ରଙ୍ଗ ଦେଇ ଗୋଳାଇ ଦିଅନ୍ତୁ। ମିଶ୍ରଣଟି ବହଳ ହୋଇଯିବା ପରେ ଏହାକୁ ଏକ ଥାଳିକୁ କାଢି ଏଥିରେ ଭାନିଲା ଏସନସ ଛିଞ୍ଚି ଦିଅନ୍ତୁ। ଥଣ୍ଡା ହୋଇଯିବା ପରେ ଛୁରୀରେ ଛୋଟ ଛୋଟ ଖଣ୍ଡ କାଟି ଏହାକୁ ପରସନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର କର୍ଣଫ୍ଲେକ୍ସ ବରଫି।