ଛତୁ ପିଜା ଘରେ ବନେଇ ଅତିଥିଙ୍କ ମନ ଜିଣନ୍ତୁ

0
127

ଆବଶ୍ୟକ ସାମଗ୍ରୀ: ମଇଦା, ଟମାଟୋ, ଚିନି, କୋରା ଚିଜ, ପିଆଜ, ବଟର, ଛତୁ, ଇଷ୍ଟ, ରସୁଣ ଛେଚା ଏବଂ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଇଷ୍ଟ ଓ ଚିନିକୁ ଅଳ୍ପ ଉଷୁମ ପାଣିରେ ମିଶାଇ ଦିଅନ୍ତୁ। ଏହାପରେ ମଇଦାକୁ ଚଲେଇ ସେଥିରେ ଲୁଣ, ଇଷ୍ଟ ଓ ଛତୁକୁ ମିଶାଇ ପାଣି ଦେଇ ଚକଟି ଏକ ଘଣ୍ଟା ପତଳା ଓଦା କପଡ଼ାରେ ଘୋଡେଇ ରଖନ୍ତୁ। ଚକଟାଟି ଭଲ ଭାବେ ଫୁଲି ଗଲାପରେ ଏଥିରେ ଗୁଳା ପ୍ରସ୍ତୁତ କରନ୍ତୁ। ପରେ ମୋଟା ମୋଟା ରୁଟି ପରି ବେଲି ଏହା ଉପରେ ଅନ୍ୟ ସବୁ ଜିନିଷ ତିନି ଭାଗ କରି ଛିଞ୍ଚି ଦିଅନ୍ତୁ। ଶେଷରେ ଓଭନରେ ଲାଲ ରଙ୍ଗ ହେବା ପର୍ଯ୍ୟନ୍ତ ଏହାକୁ ବେକ କରି କାଢି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଛତୁ ପିଜା। ନିଜେ ଖାଆନ୍ତୁ ଓ ଅତିଥିଙ୍କୁ ପରସନ୍ତୁ।