ଘରେ ପ୍ରସ୍ତୁତ କରନ୍ତୁ ରାଇସ ମଫିନ

0
138

ଆବଶ୍ୟକୀୟ ସାମଗ୍ରୀ: ଅରୁଆ ଚାଉଳ, ମଇଦା, ଅଣ୍ଡା, କ୍ଷୀର,ଘିଅ, ଭାନିଲା ଏସନସ ଏବଂ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କ୍ଷୀରକୁ ଗରମ କରିଦିଅନ୍ତୁ। ଏହାପରେ ଚାଉଳକୁ ରାନ୍ଧି ଭାତ ପ୍ରସ୍ତୁତ କରନ୍ତୁ। ଏବେ ଏଥିରେ ସିଝା କ୍ଷୀର ଏବଂ ମଇଦାକୁ ମିଶାଇ ଗ୍ରାଇଡିଙ୍ଗ କରିଦିଅନ୍ତୁ। ଏହାପରେ ଅଣ୍ଡାକୁ ଫେଣ୍ଟି ସେଥିରେ ଏହି ମିଶ୍ରଣକୁ ମିଶାଇ ଲୁଣ ଦେଇ ଭାନିଲା ଏସନସ ଛିଞ୍ଚି ଭଲ ଭାବେ ଗୋଳାନ୍ତୁ। ଏହାପରେ ଉକ୍ତ ମିଶ୍ରଣକୁ ଓଭନରେ ଘିଅ ଦେଇ ଲାଲ ହେଵା ପର୍ଯ୍ୟନ୍ତ ବେକ କରି କାଢି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ରାଇସ ମଫିନ।