ଚଟାପଟ ବନାନ୍ତୁ ଗାଜର ପୁରି

0
147

ଆବଶ୍ୟକ ସାମଗ୍ରୀ: ଖୁଆ, କୋରା ଗାଜର, ମଇଦା, ଚିନି, କ୍ଷୀର, ତେଲ, ଗୁଜୁରାତି ଗୁଣ୍ଡ ଏବଂ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗାଜରକୁ କ୍ଷୀର ଦେଇ ସିଝାଇ ଦିଅନ୍ତୁ। କ୍ଷୀର ଶୁଖିଗଲେ କାଢି ଦିଅନ୍ତୁ। ଏହାପରେ ଘିଅ ଦେଇ ସେଥିରେ ଖୁଆ, ଗାଜର, ନଡ଼ିଆ, ଚିନି ଏବଂ ଗୁଜୁରାତି ଗୁଣ୍ଡ ପକାଇ କଡେଇରେ ଭଲ ଭାବେ ଭାଜି ନିଅନ୍ତୁ। ପରେ ଥଣ୍ଡା ହେବା ପାଇଁ ଏକ ଥାଳିକୁ କାଢି ଦିଅନ୍ତୁ। ମଇଦାକୁ କ୍ଷୀରରେ ଚକଟି ଗୁଳା କରି ପୁରି କଲା ଭଳି ବେଲି ଦିଅନ୍ତୁ। ଏହାପରେ ଅଧ ଚାମଚ ପୁର ଦେଇ ଆଉ ଏକ ପୁରି ତା ଉପରେ ରଖି ଚାପି ଦେଇ ଅଳ୍ପ ବେଲି ଦିଅନ୍ତୁ। ଏବେ କଡେଇରେ ତେଲ ଦେଇ ପୁରି ଛାଣି ଗରମ ଗରମ ପରସି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଗାଜର ପୁରି।