ପ୍ରସ୍ତୁତ କରନ୍ତୁ ଅଣ୍ଡା ପକୋଡା

0
153
recipe of egg pakore

ଆବଶ୍ୟକୀୟ ସାମଗ୍ରୀ: ସିଝା ଅଣ୍ଡା, ବେସନ, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା, ତେଲ, ଜୁଆଣି ଓ ଜିରା ଗୁଣ୍ଡ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଣ୍ଡାକୁ ସିଝାଇ ୪ ଭାଗ କରି ଏହାକୁ କାଟି ଦିଅନ୍ତୁ। ବେସନରେ ସବୁ ପ୍ରକାର ମସଲା ଗୋଳେଇ ଓ ଲୁଣ ଦେଇ ଅଳ୍ପ ପାଣି ଦେଇ ଏହାକୁ ଗୋଳାନ୍ତୁ। ବହଳିଆ କରି ଗୋଳେଇ ଖଣ୍ଡ ଖଣ୍ଡ ଅଣ୍ଡାକୁ ବୁଡେଇ ତେଲ ଗରମ ହେଲେ ଗୋଟି ଗୋଟି ପକାଇ ଛାଣି ଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଗଲା ଅଣ୍ଡା ପକୋଡା। ଏହାପରେ ଏହାକୁ ପ୍ଲେଟରେ ପିଆଜ ଏବଂ ସସ ଦେଇ ପରସନ୍ତୁ।