ରେଡ଼କ୍ରସ ତାଲିମ ଶିବିର ଉଦଯାପିତ

0
140
red-cross-at-boudh

ବୌଦ୍ଧ: ଭାରତୀୟ ରେଡ଼କ୍ରସ ସୋସାଇଟି ଓଡିଶା ଶାଖା ପକ୍ଷରୁ ଵୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଞ୍ଚଳିକ ପଞ୍ଚାୟତ ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ରେଡ଼କ୍ରସ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରିୟନାଥ ଶର୍ମାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପ।ଧକ୍ଷ, ରଶ୍ମିତା ମହାକୁଳ ସମ୍ମାନୀତ ଅତିଥି ଭାବେ ହରଭଙ୍ଗା ଭାରପ୍ରାପ୍ତ ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ, ଯୁବ ରେଡ଼କ୍ରସର ସମ୍ପାଦକ ପ୍ରବୀର ଦାସ, ଜିଲ୍ଲା ସଂଯୋଜକ ସୁରେଶ୍ୱର ଯୋଶୀ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଜିଲ୍ଲାର ୧୮ ଗୋଟି ମହାବିଦ୍ୟାଳୟର ୧୫୦ ଜଣ ସ୍ୱେଚ୍ଛାସେବୀ ଏବଂ କାଉନସିଲରମାନେ ଯୋଗ ଦେଇ ସମସ୍ତ ବିଷୟରେ ତାଲିମ ନେଇଥିଲେ।