ନାଗୁଣୀର ପ୍ରତିଶୋଧ

0
110

ମଥୁରା: ମଥୁରାର କସବାରାୟ ନାମକ ଏକ ଗ୍ରାମର କିଛି ଯୁବକ ଗୋଟିଏ କଳା ନାଗସାପକୁ ମାରିଦେଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ମାତ୍ର ୧୨ଘଣ୍ଟା ପରେ ଉକ୍ତ ଯୁବକମାନଙ୍କ ମଧ୍ୟରୁ ତିନିଜଣଙ୍କୁ ସାପ କାମୁଡି ହତ୍ୟା କରିସାରିଲାଣି। ହରିଓମ୍‌ ନାମକ ଯୁବକ ପ୍ରଥମେ ସେହି ସାପକୁ ମାଡ଼ ମାରିଥିଲା। ତେଣୁ ପ୍ରଥମେ ହରିଓମ୍‌ ବିଲରେ କାମ କରୁଥିବା ସମୟରେ ତାଙ୍କ ହାତରେ ନାଗୁଣୀ ଗୁଡାଇ ହୋଇ ଚୋଟ ମାରିଥିଲା। ସାପର ଚୋଟ ପରେ ହରିଓମଙ୍କୁ ଡାକ୍ତରଖାନା ନେବା ସମୟରେ ରାସ୍ତାରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଏହାପରେ ଅଭୟ ଏବଂ ବୈଦ୍ୟନାଥ ନାମକ ଦୁଇଜଣ ଯୁବକ ଉକ୍ତ ନାଗ ସାପକୁ ମାଡ ମାରିଥିଲେ। ଏହି ଦୁହିଁଙ୍କୁ ମଧ୍ୟ ନାଗୁଣୀ ଭିନ୍ନ ଭିନ୍ନ ପ୍ରକ୍ରିୟାରେ ଦଂଶନ କରି ମାରିଦେଇଥିଲା। ବର୍ତ୍ତମାନ ସେଠାକାର ଲୋକମାନଙ୍କ ମନରେ ଗୋଟିଏ ଆଶଙ୍କା ଯେ ଏହିସବୁ ନାଗୁଣୀ କରୁଛି। ଏ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ତେବେ ଏହି ଘଟଣାର ପ୍ରକୃତ ସତ୍ୟତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ।