ନୋଏଡ଼ାରେ ବସ ଦୁର୍ଘଟଣା

0
101

ଦିଲ୍ଲୀ: ନୋଏଡ଼ା ଅନ୍ତର୍ଗତ ରଜନୀଗନ୍ଧା ଛକ ଅଣ୍ଡର୍‌ପାସ୍‌ ଠାରେ ଶନିବାର ସକାଳେ ଏକ ବସ ଦୁର୍ଘଟଣା ଘଟିଛି। ଗୋଟିଏ ସ୍କୁଲ୍‌ ବସ୍‌ ଡିଭାଇଡର୍‌ରେ ଧକ୍କାହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଉକ୍ତ ଦୁର୍ଘଟଣାରେ ଅନ୍ୟୂନ ୧୩ ଜଣ ସ୍କୁଲ୍‌ ପିଲା ଆହତ ହେବା ବେଳେ ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟର୍‌ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ନୋଏଡ଼ାସ୍ଥିତ ଏପିଜେ ସ୍କୁଲ୍‌ର ଏକ ବସ୍‌ ୩୦ରୁ ଅଧିକ ପିଲାଙ୍କୁ ନେଇ ଯାତ୍ରା କରୁଥିବା ସମୟରେ ରଜନୀଗନ୍ଧା ଛକ ଅଣ୍ଡର୍‌ପାସ୍‌ ଠାରେ ଏକ ଡିଭାଇଡର୍‌ରେ ଧକ୍କା ଖାଇଥିଲା। ଯାହାଦ୍ୱାରା ୧୩ ଜଣ ପିଲା ଆହତ ହୋଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ପାଖରେ ଥିବା କୈଳାସ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଛି।