ଦୁର୍ବୃତ୍ତ ଲୁଟିଲେ ୧୫୦ ଲକ୍ଷ ଟଙ୍କା

0
128

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ ଦରଲିମୁଣ୍ଡା ପଞ୍ଚାୟତରେ ଆଜି ପ୍ରାୟ ଦୁଇଟା ସମୟରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। କିଛି ଦୁର୍ବୃତ୍ତ ନୂଆପଡ଼ା ଏସେସଜି ଗ୍ରୁପ୍‌ର ମହିଳାଙ୍କଠାରୁ ୧୫୦ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ଆସିଛି।
ଜୟ ମା’ ମହାଲକ୍ଷ୍ମୀ ନାମକ ସ୍ୱୟଂ ସହାୟିକା ଗୋଷ୍ଠୀର ୧୨ଜଣ ମହିଳା ନୂଆପଡ଼ା ଷ୍ଟେଟବ୍ୟାଙ୍କରୁ ଟଙ୍କା ନେଇ ନୂଆପଡା ବସ୍‌ଷ୍ଟାଣ୍ଡରେ ବସ ଉପରକୁ ଚଢ଼ୁଥିବା ସମୟରେ ଆପାଚି ଗାଡ଼ିରେ ଦୁଇଜଣ ଦୁର୍ବୃତ୍ତ ମହିଳାଙ୍କ ପିଛା କରି ତାଙ୍କ ହାତରେ ଥିବା ଟଙ୍କା ଭର୍ତ୍ତି ଜରି ବ୍ୟାଗ ଛଡେଇ ନେଇଥିଲେ। ଘଟଣାସ୍ଥଳରେ ଥିବା କିଛି ଭଦ୍ର ବ୍ୟକ୍ତି ବାଇକଟିକୁ ପିଛା କରିଥିଲେ ହେଁ ଦୁର୍ବୃତ୍ତ ନୂଆପଡ଼ା ରେଳଷ୍ଟେସନ୍‌ ପରିସର ଭିତରକୁ ପଶି ଯାଇଥିଲେ। ରାସ୍ତା ନପାଇବାରୁ ବାଇକ୍‌ ଛାଡ଼ି ସେଠାରୁ ଚମ୍ପଟ ମାରିଥିଲେ ଏହି ଘଟଣା ସମ୍ପର୍କରେ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଦୁର୍ବୃତ୍ତଙ୍କ ବାଇକ୍‌ ଠାରୁ ୧୦୦ ମିଟର ଦୂରରେ ଲୁଟି ନେଇଥିବା ଜରି ସହ ଏକ କଳା ରଙ୍ଗର ଚଷମା ପୁଲିସକୁ ମିଳିଛି। ଏହାକୁ ନେଇ ପୁଲିସ ଅଧିକ ତଦନ୍ତ କରୁଛି।