କୋଣାର୍କର ମା’ ଭଗବତୀ ମନ୍ଦିରରୁ ଲୁଟ୍‌

0
119

କୋଣାର୍କ: କୋଣାର୍କସ୍ଥିତ ମା’ ଭଗବତୀଙ୍କ ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତିରେ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଦୃବୃର୍ତ୍ତମାନେ ମନ୍ଦିରର ହୁଣ୍ଡି ଭାଙ୍ଗିି ୪୦ହଜାର ଟଙ୍କା, ମା’ଙ୍କ ଦୁଇଟି ସୁନା ମୁକୁଟ, ପୂଜାଥାଳି ସହ ପୂଜା ସାମଗ୍ରୀ ଚୋରି କରିନେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଭଗବତୀଙ୍କ ମନ୍ଦିରର ଗ୍ରୀଲ ଭାଙ୍ଗି ଦୃବୃର୍ତ୍ତମାନେ ଲୁଟି ନେଇଛନ୍ତି। ଏ ନେଇ ମନ୍ଦିର ଦାୟିତ୍ୱରେ ଥିବା ମାଧିପୁର ଗ୍ରାମର ସୁଶାନ୍ତ କୁମାର ପାଢୀ ଥାନାରେ ଅଭିଯୋଗ କରିଛନ୍ତି। ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।