ଜଳିଗଲା ଚଳନ୍ତା ବସ : ୪୨ ଯାତ୍ରୀ ଜୀବନ୍ତ ଦଗ୍ଧ

0
107

ହରାରେ: ଜିମ୍ବାୱେଠାରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ପୋଲିସ ସୂତ୍ରରୁ ସୂଚନା ମିଳିଛି ଯେ ଏକ ଚଳନ୍ତା ବସ୍‌ ଦୁର୍ଘଟଣାଗ୍ରସ୍ଥ ହେବା ପରେ ସେଥିରେ ଥିବା ୪୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଅନୁମାନ କରାଯାଉଛି ଯେ ବସ୍‌ରେ ଥିବା ଏକ ଗ୍ୟାସ୍‌ ଟାଙ୍କି ଫାଟିଯିବାରୁ ନିଆଁ ଲାଗିଯାଇଥିଲା। ଗ୍ୟାସ୍‌ ଟାଙ୍କି ଫାଟି ନିଆଁ ଲାଗିଯିବା ପରେ ବସ୍‌ଟି ଅଧାରୁ ଅଧିକ ଜଳି ଯାଇଛି। ତେବେ ଏହି ଗ୍ୟାସ ଟାଙ୍କି କିପରି ଫାଟିଥିଲା ଏବଂ ଏହା ଏକ ଦୁର୍ଘଟଣା ନ ଆଉ କିଛି ସେ ସମ୍ପର୍କରେ ପୋଲିସ ତଦନ୍ତ ଚଲାଇଛି।