ହିନ୍ଦୁ ନାରୀଅଧ୍ୟକ୍ଷାଙ୍କୁ ଅଟକ ରଖାଯିବାରୁ କେରଳରେ ୧୨ ଘଣ୍ଟିଆ ବନ୍ଦ ଡାକରା

0
111

ତିରୁବନନ୍ତପୁରମ୍‌: କେରଳରେ ଜଣେ ବରିଷ୍ଠ ହିନ୍ଦୁ ଅଧ୍ୟକ୍ଷାଙ୍କୁ ଅଟକ ରଖାଯିବା ଅଭିଯୋଗରେ ଶନିବାର ‘ସାବରିମାଳା କର୍ମ ସମିତି’ ତରଫରୁ ୧୨ ଘଣ୍ଟିଆ ବନ୍ଦ ଡାକରା ରହିଛି। ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ଅଧ୍ୟକ୍ଷ ଏସ ଜେ ଆର କୁମାର ଆରୋପ ଲଗେଇଛନ୍ତି ଯେ, ଶନିବାର ପ୍ରାୟ ୨.୩୦ ମିନିଟରେ ସାବରିମାଳାସ୍ଥିତ ମାର୍କକୋତ୍ତମମ ନିକଟରେ ପୋଲିସ ‘ହିନ୍ଦୁ ଐକ୍ୟ ବେଦି’ ରାଜ୍ୟ ଅଧ୍ୟକ୍ଷା କେ ପି ଶଶିକଳାଙ୍କୁ ଗିରଫ କରିଛି। ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କା ଶଶିକଳା ଦର୍ଶନ ପାଇଁ ମନ୍ଦିର ଚୂଡ଼ାକୁ ଆସିଥିଲେ, କିନ୍ତୁ ତାଙ୍କୁ ଅଟକ ରଖା ଯାଇଥିଲା। ନିଷେଦ୍ଧାଦେଶ ଅମାନ୍ୟ କରିବାରୁ ତାଙ୍କୁ ହାଜତକୁ ନିଆଯାଇଥିଲା। ସାମାଜିକକର୍ମୀ ତୃପ୍ତି ଦେଶାଇଙ୍କୁ ଅଟକ କରିଥିବା କାରଣରୁ ପୁଲିସ ୫୦୦ ଲୋକଙ୍କୁ ବୁକ୍‌ କରିଥିଲେ। ଦୀର୍ଘ ୧୪ ଘଣ୍ଟା କୋଚି ବିମାନ ବନ୍ଦରରେ ଅଟକି ରହିବା ପରେ ତୃପ୍ତି ଫେରି ଯିବାକୁ ବାଧ୍ୟ ହୋଇଥିଲେ।