ପୁଣି ସାବରୀମାଳରେ ଉତେଜନାକୁ ନେଇ କ୍ୟାମେରାମ୍ୟାନ ଆହତ

0
95
sabarimala temple death in camera man

କୋଚି : ପୁଣି ସାବରିମାଳା ମନ୍ଦିରରେ ୧୦ ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶ ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ବିବାଦ ଲାଗି ରହିଛି । ସୋମବାର ମନ୍ଦିର ଖୋଲିବା ପରେ ମହିଳାଙ୍କୁ ମନ୍ଦିର ପ୍ରବେଶକୁ ନେଇ ଉତେଜନା ଦେଖାଦେଇଥିଲା । ଏଥିରେ ଜଣେ କ୍ୟାମେରା ମ୍ୟାନ ଆହତ ହୋଇଛନ୍ତି । ସୁଚନା ଯୋଗ୍ୟ, ଲଳିତା ନାମକ ଜୈନିକ ମହିଳା ୫୨ ବର୍ଷୀୟା ମହିଳା ଭଗବାନଙ୍କ ଆୟାପ୍ପାଙ୍କ ଦର୍ଶନ ପାଇଁ ତାଙ୍କ ପୁଅ ସହିତ ଆସୁଥିଲେ । କିନ୍ତୁ ସ୍ଥାନୀୟ ଭକ୍ତମାନେ ତାଙ୍କୁ ମନ୍ଦିର ପ୍ରବେଶ ପାଇଁ ବାରଣ କରାଯାଇଥିଲା । ଲଳିତାଙ୍କ ବୟସ ୫୨ ବର୍ଷ ବୋଲି ପୁଲିସ ପ୍ରମାଣ ଦେବା ପରେ ଉତେଜନା ହୋଇଥିଲା । ଏହି ଗଣ୍ଡଗୋଳରେ କ୍ୟାମେରାମ୍ୟାନ ଆହତ ହୋଇଛନ୍ତି । ସୁପ୍ରିମକୋର୍ଟଙ୍କ ରାୟକୁ ସ୍ଥାନୀୟ ଭକ୍ତ ଜୋରଦାର ବିରୋଧ କରୁଥିବା ବେଳେ କେରଳ ରାଜ୍ୟ ସରକାର ସମର୍ଥନ କରୁଛନ୍ତି । ସେଠାରେ ଥିବା ସ୍ଥାନୀୟ ବିଜେପି ନେତା ଓ ଆପ୍ପ୍ା ଧାରଣା ସେନା ସଭାପତି ରାହୁଲ ଈଶ୍ୱର ଘଟଣା ସ୍ଥଳରେ ପହିଁଛନ୍ତି ।