ଫୁଣି ଥରେ ଦିନକ ପାଇଁ ଖୋଲିବ ସାବରିମାଲା

0
95
Sabarimala will open again tommorrow

ସାବରିମାଲା: କେରଳର ପ୍ରସିଦ୍ଧ ତୀର୍ଥସ୍ଥଳ ସାବରିମାଲା ସୋମବାର ଦିନ ପୁଣି ଥରେ ଗୋଟିଏ ଦିନ ପାଇଁ ଖୋଲିବ। ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପରିସର ଏବଂ ଆଖପାଖରେ ଥିବା ସମସ୍ତ ପ୍ରବେଶ ପଥରେ ପ୍ରାୟ ୧୫ଶହ ଯବାନ ମୃତୟନ କରାଯାଇଛି । ପୂର୍ବ ଥର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶମାନି କେତେକ ମହିଳା ମନ୍ଦିରରେ ପ୍ରବେଶ ନିମିତ୍ତ ଉଦ୍ୟମ କରିଥିଲେ ମଧ୍ୟ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ବିରୋଧର ସମ୍ମୁଖୀନ ହୋଇ କେତେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଏଥର ଯେପରି ଗତଥର ଭଳି ପରିସ୍ଥିତି ନ ଉପୁଜେ ସେଥିପାଇଁ ରାଜ୍ୟ ସରକାର ସତର୍କ ହୋଇ ଉଠିଛନ୍ତି । ଏଥିପାଇଁ ଉକ୍ତ ଅଞ୍ଚଳରେ ନଭେମ୍ବର ୪ରୁ ୬ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି ବୋଲି ଆଇଜି ଅଶୋକ ଯାଦବ କହିଛନ୍ତି ।