ଶାହାରୁଖ୍‌ଙ୍କର ଅବଶୋଷ…!

0
131

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର୍‌ ‘କିଙ୍ଗ୍‌ ଖାନ୍‌’ ଶାହାରୁଖ୍‌ଙ୍କର ଦେଶ ଓ ଦେଶ ବାହାରେ କୋଟି କୋଟି ଫ୍ୟାନ୍‌, ତେଣୁ ଆପଣ ନିଶ୍ଚୟ ଭାବୁଥିବେ ଯେ ‘କିଙ୍ଗ୍‌ ଖାନ୍‌’ଙ୍କ ଜୀବନରେ ଆଉ କ’ଣ ଅବଶୋଷ ଥିବ। କିନ୍ତୁ ସେପରି ଜମା ବି ନୁହେଁ ତେବେ ଶାହାରୁଖ୍‌ଙ୍କ ଅବଶୋଷ ହେଉଛି ଯେ ଆଜି ଯାଏ ତାଙ୍କୁ ନିଜ ଫିଲ୍ମ ପାଇଁ କେବେ ବି ନ୍ୟାସ୍‌ନାଲ୍‌ ଆୱାର୍ଡ୍‌ ମିଳିନାହିଁ, ତାଙ୍କର କୌଣସି ଫିଲ୍ମ ଇଣ୍ଟରନ୍ୟାସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଇଭେଣ୍ଟରେ ସ୍ଥାନ ପାଇନାହିଁ। କୋଲକାତାର ନେତାଜୀ ଇନ୍ଦୋର ଷ୍ଟାଡିଅମ୍‌ରେ ଆଯୋଜିତ ୨୦୧୮ର ଇଣ୍ଟର୍‌ନ୍ୟାଶନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଅନ୍ୟତମ ଅତିଥି ଭାବେ ଯୋଗ ଦେବା ଅବସରରେ ଶାହାରୁଖ୍‌ ଖାନ୍‌ କହିଥିଲେ ଯେ, ‘‘ମୋତେ ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ଡ୍ୟାନ୍ସ କରିବା ହେଉ ଅବା କିଛି କହିବା ପାଇଁ ଆମନ୍ତ୍ରଣ କରାଯାଇଥାଏ। ସେ ଏହା ବି କହିଥିଲେ ଜେ ମୁଁ ବେଶି ଇଣ୍ଟେଲିଜେଣ୍ଟ୍‌ ନୁହେଁ, ନା ମୁଁ ବହୁତ୍‌ ସ୍ମାର୍ଟ୍‌।’’ସୂଚନା ଅନୁସାରେ ଶାହାରୁଖ୍‌ଙ୍କ ଫିଲ୍ମ ‘ଜିରୋ’ର ଟ୍ରେଲର କୋଲକାତାରେ ଆୟୋଜିତ ଏହି ଇଣ୍ଟର୍‌ନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହୋଇଛି।