ଆସିଲା ଜିରୋର ପ୍ରଥମ ଟ୍ରେଲର୍

0
110

 

ମୁମ୍ବାଇ: ଆଜି ଶାହରୁଖ୍ ଖାନଙ୍କ ଜନ୍ମଦିନ ଅବସରରେ ମୁକ୍ତିଲାଭ କରିଛି ଫିଲ୍ମ ‘ଜିରୋ’ର ପ୍ରଥମ ଟ୍ରେଲର୍ । ଶାହରୁଖ୍ ଖାନଙ୍କ ଅପକମିଂ ସିନେମାକୁ ନେଇ ସିନେ ପ୍ରେମୀଙ୍କ ଭିତରେ ଭରି ରହିଥିଲା ଉତ୍କଣ୍ଠା । ଆଜି ଜିରୋର ପ୍ରଥମ ଟ୍ରେଲର୍ ଦେଖିଲା ପରେ ଦର୍ଶକଙ୍କ ଏହି ଉତ୍କଣ୍ଠା ଆହୁରି ବଢି ଯାଇଛି । ଯେଉଁଥିରେ ଶାହରୁ୍ଖ ଖାନଙ୍କ ସହ ତାଙ୍କ ନାୟିକା କ୍ୟାଟ୍ରିନା କୈଫ୍ ଓ ଅନୁଷ୍କା ଶର୍ମାଙ୍କୁ ଦେଖିବାକୁ ମିଳିଛି । ଏଥିରେ ଶାହରୁଖ୍ ଖାନଙ୍କୁ ପ୍ରଥମ ଥର ପାଇଁ ଜଣେ ବାମନ ଅବତାରରେ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମଟି କିପରି ହୋଇଛି ତାହା ରିଲିଜ ପରେ ଜଣା ପଡ଼ିବ ।