କ୍ୟାନ୍ସର ପୀଡିତ କୁନି ଫ୍ୟାନଙ୍କ ଇଚ୍ଛା ପୂରଣ କଲେ ସଲମାନ

0
111
salman-fullfills-the-wish-of-his-little-cancer-fighter

ବମ୍ବେ: ବଲିଉଡର ସୁପରଷ୍ଟାର ସଲମାନ ଖାନ୍‌ ଏପରି ଜଣେ ଅଭିନେତା ଯେ ନିଜର ପରୋପକାରିତା ପାଇଁ ବେଶ ପରିଚିତ। ନିଜର ଫ୍ୟାନଙ୍କ ପାଇଁ ସେ କିଛି ବି କରିପାରନ୍ତି। ଏହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। କ୍ୟାନ୍ସରରେ ପୀଡିତ ଜଣେ କୁନି ଫ୍ୟାନଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ସଲମାନ ବମ୍ବେର ଟାଟା ମେମୋରିଆଲ ହସ୍‌ପିଟାଲଠାରେ ପହଞ୍ଚିଥିଲେ। ସେଠାରେ ସେ ତାଙ୍କୁ ଭେଟିବା ସହ ତାଙ୍କର ମନୋବଳ ବଢ଼ାଇଥିଲେ। ଏହାକୁ ନେଇ ଏକ ଭିଡିଓ ଭାଇରାଲ ହେବାପରେ ସଲ୍ଲୁଙ୍କ ଏହି କାର୍ଯ୍ୟକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି। କେବଳ ଏତିକି ନୁହେଁ ସଲମାନ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ଅନ୍ୟ ପିଲାମାନଙ୍କୁ ମଧ୍ୟ ଭେଟିଥିବା ଜଣାପଡ଼ିଛି।