କେନ୍ଦ୍ରାପଡା: ସ୍କୁଲ ଭ୍ୟାନ ଦୁର୍ଘଟଣାଗ୍ରସ୍ତ

0
162

କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅନ୍ତଗର୍ତ ଲକ୍ଷ୍ମୀନାରାୟଣପୁର ନିକଟରେ ଏକ ସ୍କୁଲ ଭ୍ୟାନ କେନାଲକୁ ଓଲଟି ପଡିଛି | ଏହି ଭ୍ୟାନ ଟି ସୋମବାର ସକାଳ ୧୫ ଜଣ ଛାତ୍ର ଛାତ୍ରୀ ଙ୍କୁ ନେଇ ସେଣ୍ଟ ଜାଭିୟର ସ୍କୁଲକୁ ଯାଉଥିଲା | ହଠାତ କେନାଲ ରୋଡ ରେ ଭାରସ୍ୟାମ ହରାଇ ଲକ୍ଷ୍ମୀନାରାୟଣପୁର ନିକଟ ରେ କେନାଲକୁ ଓଲଟି ପଡିଲା | ସୂଚନା ପାଇଁ ଗ୍ରାମବାସୀ ମାନେ ଘଟଣାସ୍ଥଳରେ ପହଂଚି ଗାଡି ଭିତରେ ଛାତ୍ର ଛାତ୍ରୀ ଙ୍କୁ ଉଦ୍ଧାର କରିଥିଲେ | ଏଥିରେ କୌଣସି ଛାତ୍ର ଛାତ୍ରୀ ଆହତ ହୋଇନାହାନ୍ତି |