ସେଲ୍‌ଫି ହେଲା କାଳ: ପାଣିରେ ବୁଡ଼ି ଯୁବକ ମୃତ

0
138
selfie death in rayagada

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନଦୀ ଭିତରେ ସେଲ୍‌ଫି ନେବା ବେଳେ ପାଣିରେ ବୁଡି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଆନ୍ଧ୍ରପ୍ରଦେଶର କୋତାବାଲସାର ଟି.ଗଙ୍ଗାରାଜୁ । ସୂଚନା ଅନୁଯାୟୀ, ନାଗାବଳୀ ନଦୀର ଝୁଲାପୋଲ ନିକଟରେ ଯୁବକ ଜଣଙ୍କ ସେଲ୍‌ଫି ନେଉଥିବାବେଳେ ପାଣିର ସୁଅ ଅଧିକ ହେବାରୁ ସେ ନଦୀରେ ଭାସି ଯାଇଥିଲେ। ଅନେକ ଖୋଜାଖୋଜି ପରେ ଅଗ୍ନିଶମ ବାହିନୀ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା।