ପ୍ରଥମେ ନିଜ ଘର ସମ୍ଭାଳ ପରେ କାଶ୍ମୀର ପାଇଁ ଚିନ୍ତା କରିବ: ସାହିଦ ଆଫ୍ରିଦି

0
96

ନୂଆଦିଲ୍ଲୀ: ପୂର୍ବ କ୍ରିକେଟର ତଥା ଅଲରାଉଣ୍ଡର ସାହିଦ ଆଫ୍ରିଦି ପୁଣିଥରେ ଜମ୍ମୁ ଓ କାଶ୍ମୀର ବିବାଦକୁ ନେଇ ବୟାନ ଦେଇଛନ୍ତି। ତାଙ୍କର ଏଭଳି ବୟାନ ଦେଲାପରେ ବିବାଦ ଆରମ୍ଭ ହୋଇଯାଇଛି। ହାଉସ ଅଫ କମନ୍ସ ଯାହାକୁ ଇଂଲଣ୍ଡର ସଂସଦ ବୋଲି କୁହଯାଉଛି ସେଠାରେ ସାହିଦ କହିଛନ୍ତି ଯେ ପାକିସ୍ତାନକୁ କାଶ୍ମୀର ବିଷୟରେ ଚିନ୍ତା କରିବା ଛାଡ଼ିଦେବା ଦରକାର। ସାହିଦ ଆଫ୍ରିଦି କହିଛନ୍ତିଯେ ପାକିସ୍ତାନ ଦ୍ୱାରା ନିଜର ୪ ପ୍ରାନ୍ତ ସମ୍ଭାଳି ହେଉନି ତେଣୁ କାଶ୍ମୀର କଥା କଣ ଚିନ୍ତାକରିବ। ସାହିଦ ଏଠାକୁ ନିଜର ସାହିଦ ଆଫ୍ରିଦି ଫାଉଣ୍ଡେସନର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ଏହା କହିଥିଲେ। ଏଠାରେ ସୂଚନାଯୋଗ୍ୟ ଯେବେ ଠାରୁ ପୂର୍ବ କ୍ରିକେଟର ଇମ୍ରାନ ଖାନ ପାକିସ୍ତାନର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସେବେଠାରୁ ପାକିସ୍ତାନରେ ଜମ୍ମୁ ଓ କାଶ୍ମୀରକୁ ନେଇ ବିବାଦ ଜୋର ଧରିଛି। ଇମ୍ରାନ ନିଜେ ମଧ୍ୟ ଏକଥା କହିଛନ୍ତି ଯେ ସେ ଜମ୍ମୁ ଓ କାଶ୍ମୀର ବିବାଦର ସମାଧାନ କରିବେ। ସାହିଦଙ୍କର ଏହିଭଳି ମନ୍ତବ୍ୟ ବହୁତଥର ବିବାଦ ସୃଷ୍ଟି କରିଛି ଯେପରି ପୂର୍ବ ବର୍ଷ ହୋଇଥିବା ଟି୨୦ ବିଶ୍ୱକପ ସମୟରେ ସାହିଦ କହିଥିଲେ କି କାଶ୍ମିରରୁ କିଛି ସମର୍ଥକ ଆସିଥିବାରୁ ସେ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ମନ୍ତବ୍ୟ ଦେବା ଛଡ଼ା କାଶ୍ମୀରର ସ୍ୱାଧୀନତା ଉପରେ ସେ ବହୁତ ଥର ଟ୍ୱିଟ ମଧ୍ୟ କରିଛନ୍ତି। ୨୦୧୭ରେ ସେ ଏହି ମନ୍ତବ୍ୟ ଦେଇଥିଲେକି କାଶ୍ମୀର ଏକ ସ୍ୱର୍ଗ କିନ୍ତୁ ସେଠି ହିଂସାକାଣ୍ଡ କରାଇ ତାର ସୌନ୍ଦର୍ଯ୍ୟ ନଷ୍ଟ କରାଯାଉଛି, ମୁ କାଶ୍ମୀର ସହିତ ଅଛି।