ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କଂଗ୍ରେସ ନେତା ସିଦ୍ଧୁଙ୍କ କୁଶପୁତ୍ତଳିକା ଦାହ…

0
122

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କଂଗ୍ରେସ ନେତା ନବଯୋଜ ସିଂହ ସିଦ୍ଧୁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ପାକିସ୍ତାନକୁ   ସିଦ୍ଧୁ ଯାଇଥିଲେ । ତାଙ୍କର ପାକିସ୍ତାନ ଗସ୍ତକୁ ନେଇ ବିରୋଧ କରିଛି ବିଜେପି ।

ପଞ୍ଜାବର ପର୍ଯ୍ୟଟନ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଇମ୍ରାନ ଖାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ପାକିସ୍ତାନର ସେନାମୁଖ୍ୟଙ୍କୁ ଆଲିଙ୍ଗନ କରିଥିଲେ । ପାକିସ୍ତାନର ସେନାମୁଖ୍ୟଙ୍କୁ ଆଲିଙ୍ଗନ କରି ସିଦ୍ଧୁ ଭୁଲ କରିଛନ୍ତି ଏବଂ ଏଥିପାଇଁ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପି ଦାବି କରିଛି । ଯୁବମୋର୍ଚ୍ଚା ଆହୁରି ଅଭିଯୋଗ କରିଛି ଯେ, ସୀମାରେ ସବୁ ବେଳେ ବିଶ୍ୱାସଘାତ କରୁଥିବା ପାକିସ୍ତାନ ସେନା ଓ ତାର ମୁଖ୍ୟଙ୍କୁ ସିଦ୍ଧୁ କିଭଳି ଆଲିଙ୍ଗନ କଲେ ସେଥିପାଇଁ ସିଦ୍ଧୁ କ୍ଷମା ମାଗିବା ଉଚିତ୍‌ ।

ପଞ୍ଜାବର ଜଣେ ଆଡଭୋକେଟ୍‌ ପୂର୍ବରୁ ସୁଧିର ଓଝା ମୁଜାଫରପୁର ସିଜେଏମ୍‌ କୋର୍ଟରେ ସିଦ୍ଧୁଙ୍କ ନାଁରେ ଦେଶ ଦ୍ରୋହ ମାମଲା ରୁଜୁ କରିଛନ୍ତି ।