ଫାଶରେ ଫଶିଲା ଭାଲୁ

0
116
snare in bear

ନୀଳଗିରି: ନୀଳଗିରି ରେଞ୍ଜ୍‌ ଅନ୍ତର୍ଗତ ମିତ୍ରପୁର ସଂରକ୍ଷିତ ଜଙ୍ଗଲ ମଧ୍ୟସ୍ଥ କାଠଗୋଛି ନିକଟରେ ବାର୍ହା ଧରିବା ଲାଗି ବସା ଯାଇଥିବା ଫାଶରେ ଗୁରୁବାର ରାତିରେ ଗୋଟାଏ ଭାଲୁ ପଡ଼ିଯାଇଛି। ଶୁକ୍ରବାର ସକାଳେ ଭାଲୁଟି ଫାଶରେ ପଡ଼ି କଲବଲ ହୋଇ ଚିତ୍କାର କରୁଥିବା ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ମିତ୍ରପୁର ଫରେଷ୍ଟର୍‌ଙ୍କ ସହ ପ୍ରାୟ ପନ୍ଦର ବନ କର୍ମଚାରୀ ଓ ପନ୍ଦର ସବୁଜବାହୀନି କର୍ମଚାରୀମାନେ ଭାଲୁଟିକୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇ ବିଫଳ ହୋଇଛନ୍ତି। ଏବେ ଡିଏଫ୍‌ଓଙ୍କ ନିର୍ଦେଶ କ୍ରମେ ଶିମିଳିପାଳ ଅଭୟାରଣ୍ୟରୁ ଦୁଇ ଜଣ ପଶୁ ଚିକିତ୍ସକଙ୍କୁ ଡକାଇ ଫାଶରେ ପଡ଼ିଥିବା ଭାଲୁଟିକୁ ଟ୍ରାଙ୍କ୍ୟୁଲାଇଜର୍‌ ମାରି ଅଚେତ କରି ଉଦ୍ଧାର କରିବାକୁ ଯୋଜନା କରିଛନ୍ତି।