ଆମେରିକାରେ ବରଫ ଝଡ଼ରେ ୮ ମୃତ

0
100

ନ୍ୟୁୟର୍କ:ଆମେରିକାରେ ପୂର୍ବ ଭାଗରେ ଶୁକ୍ରବାର ହୋଇଥିବା ବରଫ ଝଡ଼ରେ ୮ ଜଣ ଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକେ ଏଥିରେ ପ୍ରଭାବିତ ହୋଇଛନ୍ତି। ଏହି ଝଡ଼ରେ ପ୍ରାୟ ୧୭ଟି ରାଜ୍ୟର ୪ ଲକ୍ଷ ଲୋକ ପ୍ରଭାବିତ ହେବା ସହ ବିନା ବିଜୁଳିରେ ଏକ ପ୍ରକାର ହନ୍ତସନ୍ତ ହୋଇଥିବା ସୂଚନା ମିଳିଛି। ତେବେ ବରଫ ଦିନ ବେଳା ହୋଇଥିବାରୁ ପାଣିପାଗ ପୁରା ବିଗିଡି ଯାଇଛି। ସୂଚନା ଅନୁଯାୟୀ,ନ୍ୟୁୟର୍କର ସେଣ୍ଟ୍ରାଲ ପାର୍କରେ ପାଖାପାଖି ୬.୪ ଇଞ୍ଚ ବହଳର ବରଫ ଆସ୍ତରଣ ସୃଷ୍ଟି ହୋଇଥିଲା। ଗୋଟିଏ ଦିନରେ ଏଭଳି ବରଫ ପାତ ପୂର୍ବରୁ କେବେ ଦେଖି ନ ଥିବା ଲୋକେ କହିଥିଲେ।ଏତାଦ ବ୍ୟତୀତ ବ୍ୟତୀତ ଅନେକ ଲୋକ ଗାଡ଼ି ଗୁଡିକୁ ରାସ୍ତାରେ ଛାଡି ଘରକୁ ଚାଲି ଯାଇଛନ୍ତି।