ଜବାହାରଲାଲ ନେହେରୁ ଷ୍ଟାଡିୟମ୍‌ରେ ଆଥ୍‌ଲେଟ୍‌ଙ୍କ ଆତ୍ମହତ୍ୟା

0
114
Sprinter Palender Chaudhary commits suicide inside Delhi's Jawaharlal Nehru Stadium

ଦିଲ୍ଲୀ: ଭାରତ ପକ୍ଷରୁ ଆନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରୁଥିବା ୧୮ ବର୍ଷୀୟ ଆଥ୍‌ଲେଟ ପରବିନ୍ଦର ଚୌଧୁରୀ ମଙ୍ଗଳବାର ସ୍ଥାନୀୟ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଆତ୍ମହତ୍ୟା କରିଛନ୍ତି। ଆଥ୍‌ଲେଟିକ୍‌ ଏକାଡେମୀ ହଷ୍ଟେଲ କକ୍ଷରେ ଚୌଧୁରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଏ ଘଟଣାରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଆନ୍ତଃ ତଦନ୍ତ ନିର୍ଦ୍ଦେଶ ଦେଇଛି। ଯାହା ନିମିତ୍ତ ସମ୍ପାଦକ ସ୍ୱର୍ଣ୍ଣ ସିଂ ଛାବ୍ରାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଛି। ସୂଚନାଯୋଗ୍ୟ, ଉକ୍ତ ଆଥ୍‌ଲେଟ ନିଜ ବାପାଙ୍କ ସହ ଆର୍ଥିକ ସମସ୍ୟା ନେଇ ଯୁକ୍ତିତର୍କ ହେବା ପରେ ଚରମ ନିଷ୍ପତ୍ତି ନେଇଥିଲେ। ତେଣୁ ଆର୍ଥିକ କାରଣରୁ ଏହା ଘଟିଛି ବୋଲି ଅନୁମାନ କରାଯାଉଛି। ପରବିନ୍ଦର ୨୦୧୭ରେ ଏସିଆନ ୟୁଥ ଚାମ୍ପିୟନଶିପ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଗତ ଜୁଲାଇରେ ଶେଷ ହୋଇଥିବା ୟୁଥ ଅଲମ୍ପିକ୍ସରେ ମଧ୍ୟ ସେ ଭାଗ ନେଇଥିଲେ। ଏ ଘଟଣାରେ କ୍ରୀଡ଼ାମନ୍ତ୍ରୀ ରାଜବର୍ଦ୍ଧନ ସିଂ ରାଠୋର ଦୁଃଖ ପ୍ରକାଶ କରିଛନ୍ତି।