ଶ୍ରୀଲଙ୍କା ସଂସଦ ଭାଙ୍ଗିଲେ ରାଷ୍ଟ୍ରପତି

0
115
Sri Lanka president dissolved parliament

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥ୍ରୀପାଲ ସିରସେନା ଶୁକ୍ରବାର ସଂସଦକୁ ଭାଙ୍ଗି ଦେଇଛନ୍ତି। ଶ୍ରୀଲଙ୍କାର ୨୨୫ ସଦସ୍ୟ ବିଶିଷ୍ଟ ସଂସଦର ଅବଧି ୨୦୨୦ରେ ଶେଷ ହେବାକୁ ଥିବା ବେଳେ ରାଷ୍ଟ୍ରପତି ଏହାକୁ ଭଙ୍ଗ କରିବା ସହ ଆସନ୍ତାବର୍ଷ ଜାନୁଆରୀ ୫ରେ ସମଗ୍ର ଦେଶରେ ଭୋଟ୍‌ ହେବ ବୋଲି ଘୋଷଣା କରିଛନ୍ତି। ଏହା ପୂର୍ବରୁ ସେ ଦେଶର ପ୍ରଧାନମନ୍ତ୍ରୀ ରନୀଲ ବିକ୍ରମସିଂହେଙ୍କୁ ବହିଷ୍କାର କରି ମହିନ୍ଦା ରାଜପାକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ କରିଥିଲେ, ଯାହା ଦ୍ୱାରା ବିଭିନ୍ନ ମହଲରେ ବିରୋଧ କରାଯିବା ସହ ଦେଶରେ ରାଜନୀତିକ ସଙ୍କଟ ସୃଷ୍ଟି ହୋଇଥିଲା। ଏହାପରେ ନିଜର ଅନୁଗତ ରାଜପାକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେବା ପରେ ତାଙ୍କ ଦଳ ସଂସଦ ଆସ୍ଥା ଭୋଟରେ ବିଜୟୀ ହେବା ଅସମ୍ଭବ ମନେକରି ରାଷ୍ଟ୍ରପତି ପାର୍ଲାମେଣ୍ଟକୁ ଭାଙ୍ଗି ଦେଇଥିବା ଜଣାପଡିଛି। ଫଳରେ ଆସନ୍ତା ଜାନୁଆରୀ ୧୭ରେ ଶ୍ରୀଲଙ୍କାର ନୂଆ ସଂସଦ ବସିବା ନିମିତ୍ତ ଜାନୁଆରୀ ୫ରେ ସମଗ୍ର ଦେଶରେ ଭୋଟ୍‌ ହେବ ବୋଲି ସେ କହିଛନ୍ତି, ଯାହା ଏବେ ଏକ ନୂଆ ରାଜନୀତିକ ବିବାଦକୁ ଜନ୍ମ ଦେଇଛି।