ବ୍ଲକଗ୍ରଣ୍ଟ ଶିକ୍ଷକମାନଙ୍କ ଧର୍ମ ଘଟ ଜାରି |

0
132

ଭୁବନେଶ୍ୱର : ଗତ ଅଗଷ୍ଟ ୧୬ ତାରିଖରୁ ଭୁବନେଶ୍ୱର ର ମହାତ୍ମା ଗାନ୍ଧୀ ମାର୍ଗ ରେ ବ୍ଲକଗ୍ରଣ୍ଟ ଶିକ୍ଷକ ମାନଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଧର୍ମଘଟ ଅନିଶ୍ଚିନ୍ତ କାଳ ପାଇଁ ଜାରି ରହିଛି ।
ବୁଧୁବାର ଦିନ ଆୟୋଜିତ ମନ୍ତ୍ରୀ ମଣ୍ଡଳ ମାନଙ୍କ ବୈଠକ ରେ ସେମାନଙ୍କ ଦାବି ଅନିଶ୍ଚିତ ରହିଛି ।ମଙ୍ଗଳବାର ସନ୍ଧ୍ୟା ରେ ରାଜ୍ୟ ସଚିବାଳୟ ରେ ଅନୁଷ୍ଠିତ ହୋଇଥିବା ବୈଠକ ରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସ୍ପଷ୍ଟ କରିଛନ୍ତି ଯେ ,ସେମାଙ୍କ ଦାବି ଉପରେ ଅନ୍ୟ ଏକ ବୈଠକ ରେ ବିଚାର କରାଯିବ ଇଥି ସହିତ ଶ୍ରୀ ବେହେରା ଶିକ୍ଷକ ମାନଂକୁ ସେମାନଙ୍କ ଧର୍ମଘଟ ରୁ ଓହରି କାର୍ଯ୍ୟ ରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ।
କିନ୍ତୁ “ଓଡିଶା ସ୍କୁଲ -କଲେଜ ଶିକ୍ଷକ ଏବଂ କର୍ମଚାରୀ”ସଂଘ ଜଣାଇଛନ୍ତି ଯେ ଯୋଉ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୁରଣ ନ ହୋଇଛି ସେ ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ । ଏବଂ ଇଥି ସହ ଯଦି ସେମାନଙ୍କ ଦାବି ଉପରେ ସରକାର ଶୀଘ୍ର କିଛି ପଦକ୍ଷପ ନ ନିଅନ୍ତି ତାହେଲେ ଧର୍ମଘଟ କୁ ତ୍ୱରାନ୍ୱିତ କରା ଯିବା ବୋଲି ଜଣାଇଛନ୍ତି ।