ବେଲପାହାଡରେ ନାଗରିକ ମଞ୍ଚ ପକ୍ଷରୁ ବନ୍ଦ ଡାକରା

0
110

ଝାରସୁଗୁଡା : ବେଲପାହାଡ ନାଗରିକ ମଞ୍ଚ ପକ୍ଷରୁ ଶୁକ୍ରବାର ସହରବାସୀ ବିଭିନ୍ନ ଦାବି ନେଇ ବନ୍ଦ ଡାକରା ଦେଇଛନ୍ତି। ଏହା ସହିତ ରେଳ ରୋକ କରାଯିବ ବୋଲି ମଂଚ ପକ୍ଷରୁ ଆହ୍ୱାନ ଦିଆଯାଇଛି। ସୂଚନା ଯୋଗ୍ୟ, ବେଲପାହାଡ ରେଳ ଷ୍ଟେସନ ବହୁ ପୂରାତନ ଅଟେ। କେନ୍ଦ୍ର ସରକାର କୋଟି କୋଟି ଟଙ୍କ ଏହି ରେଳ ଷ୍ଟେସନରୁ ରାଜସ୍ୱ ନେଉଥିବା ବେଳେ ସର୍ବଦା ଏହି ରେଳ ଷ୍ଟେସନକୁ ବୈମାତୃକ ମନୋଭାବ ଦେଖାଇ ଆସିଛନ୍ତି ବୋଲି ବେଲପାହାଡ ବାସୀ ଅଭିଯୋଗ କରିଛନ୍ତି। ଏନେଇ ଗୁରୁବାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ମଧ୍ୟ ଡକାଯାଇଥିଲା। କିନ୍ତୁ ନାଗରିକ ମକ୍ଟକ୍ଟ୍ରର ସମସ୍ତ ଦାବୀକୁ ବିଲାସପୁର ଡିଭିଜନରୁ ଆସିଥିବା ଅଧିକାରୀ ମନା କରିଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆଜି ୬ ଦଫା ଦାବି ନେଇ ବେଳପାହାଡ ନାଗରିକ ମଂଚ ବେଲପାହାଡ ବନ୍ଦ କରିବା ସହିତ ରେଳ ରୋକ କରାଯାଇଛି।