ଢେଙ୍କାନାଳ: ସ୍ତ୍ରୀ କୁ ମାରି ସ୍ୱାମୀ ର ଆତ୍ମହତ୍ୟା

0
169

ଢେଙ୍କାନାଳ: କ୍ରୋଧ ରେ ଅନ୍ଧ ହୋଇ ସ୍ତ୍ରୀକୁ ହାଣିଲା ସ୍ୱାମୀ | ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ଖାଲପାଳ ଗ୍ରାମ ରେ ସ୍ତ୍ରୀ କୁ ହତ୍ୟା କରିବା ପରେ, ସ୍ତ୍ରୀ ର ରକ୍ତ ଭିଜା ମୃତ ଦେହ ଦେଖି, ମୃତ ଦେହ ନିକଟରେ ସ୍ୱାମୀ ର ରସି ଲଗାଇ ଆତ୍ମହତ୍ୟା |
ମିଳିଥିବା ସୂଚନା ମୁତାବକ,ଦିନ ୧୧.30 ସମୟ ରେ ଖାଲପାଳ ଗ୍ରାମ ର ସୁଧାକର ବାଡ଼ିଆ (୫୦ବର୍ଷ) ଓ ସ୍ତ୍ରୀ ସିଲି ବାଡ଼ିଆ (୪୫ବର୍ଷ)ଙ୍କ ମଧ୍ୟରେ ଭୀଷଣ ବଚସା ହୋଇଥିଲା | ଇତି ମଧ୍ୟରେ ହଠାତ ସୁଧାକର ଘରଭୀତରକୁ ଧାଇଁ ଯାଇ ଏକ ଧାରୁଆ ଅସ୍ତ୍ର ଆଣି କେହିକିଛି ଭାବିବା ପୂର୍ବରୁ ନୁଜ ସ୍ତ୍ରୀ (ସିଲି ବାଡ଼ିଆ) କୁ ହାଣିପକାଇଥିଲା | ଫଳରେ, ସେହି ସ୍ଥାନରେ ସିଳିବାଡିଆ ର ମୃତ୍ୟୁ ହେଇଥିଲା | ସ୍ତ୍ରୀ ର ମୃତ ଦେହ ଦେଖିବା ମାତ୍ରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ରସିଳଗାଇ ଝୁଲିପଡିଥିଲା ସୁଧାକର | ସୂଚନା ପାଇବାମାତ୍ରେ ବାଲିମୀ ଥାନା ପୋଲିସ ଗାଁ ରେ ପହଂଚି ଘଟଣାର ଅନୁସନ୍ଧାନ କରୁଛି |