ସୁଶାନ୍ତ ଧଳସାମନ୍ତଙ୍କୁ ଜୋରିମାନା ସହ ଜେଲ

0
215

ପୋଲିସକୁ ଆକ୍ରମଣ ମାମଲାରେ କଟକ ବିଡାନାସୀ ଥାନାରେ କୁଖ୍ୟାତ ଅପରାଧୀ ସୁଶାନ୍ତ ଧଳସାମନ୍ତଙ୍କ ନାଁରେ ଏକ ମାମଲା ରହିଥିଲା। ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ ସୋମବାର ଏହି ମାମଲାର ଶୁଣାଣି କରି ତାଙ୍କୁ ୨୫ ହଜାର ଟଙ୍କା ଜୋରିମାନା ସହ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ସେହିପରି ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିଥିବା ଅନ୍ୟ ଏକ ମାମଲାରେ ୩ ବର୍ଷ ଜେଲ ଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି।