ଭାଇ ଭଉଣୀ ଙ୍କ ସନ୍ଦେହ ଜନକ ମତ୍ୟୁ

0
144

ବରଗଡ଼: ରାଖୀ ପୂର୍ଣ୍ଣିମା ଆସନ୍ତା ରବିବାର । ହେଲେ ତା’ପୂର୍ବରୁ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସିଂହପାଲି ଗାଁରେ ଶୋକର ଛାୟା ଖେଳି ଯାଇଛି। ଏଠାରେ ଏକ ଘରେ  ଭାଇଭଉଣୀଙ୍କର ସନ୍ଦେହ ଜନକ ଭାବେ ମତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବିକାଶ ମେହେର (୨୩) ଓ ମୀନତି ମେହର(୨୦)।

ସୂଚନା ଅନୁସାରେ, ଗତକାଲି ରାତିରେ ଦାଶରଥି ମେହେରଙ୍କ ପୁଅ ବିକାଶ ଓ ଝିଅ ମୀନତି ଖାଇ ପିଇ ଶୋଇଥିଲେ। ହେଲେ ଆଜି ସକାଳେ ସେମାନେ ଆଉ ବିଛଣାରୁ ଉଠି ନଥିଲେ। ସେମାନଙ୍କର ମୃତ୍ୟୁ ହୋଇସାରିଥିଲା।

ଏନେଇ  ପରିବାର ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଉଭୟ ମୃତଦେହକୁ ଜବତ କରିଛି। ଘଟଣାର ତଦନ୍ତ ଚାଲିଛି।