ଗୋରା ହେଵା ପାଇଁ ସାହାର୍ଯ୍ୟ କରେ ଟମାଟୋ

0
144

ଭୁବନେଶ୍ୱର: ଗୋରା ହେଵା ପାଇଁ ଆଜିକାଲି ସମସ୍ତେ ଚାହାନ୍ତି। ସେଥିପାଇଁ କିଏ କେତେ ଉପାୟ ମଧ୍ୟ ଆପଣେଇଥାନ୍ତି। ସାଧାରଣତଃ ଅଧିକ ଗୋରା ହେଵା ପାଇଁ ବଜାରରେ ମିଳୁଥିବା ବିଭିନ୍ନ କସ୍‌ମେଟିକ୍ସର ବ୍ୟବହାର କରଥାନ୍ତି। ହେଲେ ଏଥିରେ ଅନେକ କେମିକାଲ୍‌ ମିଶିଥାଏ ଯାହାକି ମୁହଁ ଉପରେ କୁପ୍ରଭାବ ପକାଇଥାଏ। ତେବେ ଆମେ ଗୋରା ଓ ଉଜ୍ଜ୍ୱଳ ତ୍ୱଚାର ଏକ ଘରୋଇ ଉପାୟ ବିଷୟରେ ଜଣାଇବୁ। ଆସନ୍ତୁ ଜାଣିବା:

ଟମାଟୋ: ଟମାଟୋ ବ୍ୟବହାର ପ୍ରାୟତଃ ସମସ୍ତେ ରୋଷେଇରେ ବ୍ୟବହାର କରିଥାନ୍ତି। ହେଲେ ଏହାର ଏକ ମହତ୍ୱ ଗୁଣ ରହିଛି ବୋଲି ଯାହାକୁ ଖୁବ କମ ଲୋକ ଜାଣିଛନ୍ତି। ଏହା ଆପଣଙ୍କ ଚେହେରାକୁ ଗୋରା ହେବାରେ ସାହାର୍ଯ୍ୟ କରିଥାଏ। ତେବେ ଚାଲନ୍ତୁ ଟମାଟୋକୁ ନେଇ ଏକ ପ୍ୟାକ ବନେଇବା। ପ୍ରଥମେ ଟମାଟୋର ମଝିକୁ କାଟି ଦୁଇ ଫଳ କରିଦିଅନ୍ତୁ। ଏବେ ଟମାଟୋ ଫାଳକୁ ନେଇ ହଳଦୀଗୁଣ୍ଡରେ ବୁଡାଇ ଦିଅନ୍ତୁ। ଏବେ ଏହାକୁ ଚେହେରାରେ ୫ ମିନିଟ ଯାଏ ମସାଜ କରନ୍ତୁ। ପାତ୍ରରେ ଏକ ଚାମଚ ଚିନି ନେଇ ସେଥିରେ ଲେମ୍ବୁକୁ ଚିପୁଡ଼ି ଗୋଳାଇ ଦିଅନ୍ତୁ। ଏବେ ଏହି ମିଶ୍ରଣରେ ଅନ୍ୟ ଏକ ଟମାଟୋ ଖଣ୍ଡ ଲଗାଇ ଚେହେରାରେ ୫ ମିନିଟ ଯାଏ ଲଗାନ୍ତୁ। ଏହାକୁ ଆପଣ ୧୦ ରୁ ୧୫ ଦିନ ଯାଏ କଲେ ଆପଣଙ୍କ ତ୍ୱଚା ସଫା, କୋମଳ ଓ ଉଜ୍ୱଳ ଦେଖାଯିବ।