ବିବାହ ପ୍ରସ୍ତାବ ଅଗ୍ରାହ୍ୟ କରିବାରୁ ଶିକ୍ଷକ କାଟିଲେ ଛାତ୍ରୀଙ୍କ ତଣ୍ଟି

0
111
teacher attacked a student through a knife due to refusion of his marriage proposal

କୁର୍ଣ୍ଣୁଲ୍‌: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ୍‌ ଜିଲ୍ଲାର ଜଣେ ହିନ୍ଦୀ ଶିକ୍ଷକଙ୍କ ଅସଲ ଚେହେରା ଶନିବାର ଆଗକୁ ଆସିଛି। ଜଣେ ନବମ ଶ୍ରେଣୀ ଛାତ୍ରୀ ତାଙ୍କ ବିବାହ ପ୍ରସ୍ତାବ ଅଗ୍ରାହ୍ୟ କରିବାରୁ ଶନିବାର ସେ ତାର ତଣ୍ଟି କାଟି ଆକ୍ରମଣ କରିଛନ୍ତି।ସୂଚାନଯୋଗ୍ୟ, ବିବାହ ପ୍ରସ୍ତାବରେ ଅରାଜି ହେବାରୁ ରକ୍‌ୱେଲ୍‌ ହାଇସ୍କୁଲ୍‌ର ହିନ୍ଦୀ ଶିକ୍ଷକ ଶଙ୍କର ବଳପୂର୍ବକ ଝିଅଟିର ବାସଭବନରେ ପ୍ରବେଶ କରି ଗୋଟିଏ ପରିବା କଟା ଛୁରିରେ ତାକୁ ଆକ୍ରମଣ କରିଥିଲେ। ଝିଅଟିର ଚିତ୍କାର ଶୁଣି ତା’ର ବାପାମାଆ ଓ ପଡ଼ୋଶୀ ଘଟନାସ୍ଥଳକୁ ଧାଇଁ ଆସିଥିଲେ ଏବଂ ଛାତ୍ରୀ ଜଣଙ୍କୁ ଆହତ ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ସ୍ଥାନୀୟ ଲୋକେ ସମ୍ପୃକ୍ତ ଶିକ୍ଷକଙ୍କୁ ଏକ ବିଜୁଳି ଖୁଣ୍ଟରେ ବାନ୍ଧି ବହୁତ ପିଟିବା ପରେ ପୁଲିସ ହାତକୁ ଦେଇଥିଲେ।