ଦୁର୍ନିତୀ ମାମଲାରେ ଜିଲ୍ଲା ଜଜ୍ ଗିରଫ

0
124
telangana-district-judge-arrested-on-corruption-charges-in-hyderabad

ହାଇଦ୍ରାବଦ: ଆୟବହିଭୁତ ସମ୍ପତି ଠୁଳ ଅଭିଯୋଗରେ ତେଲେଙ୍ଘାନାରେ ଜଣେ ଜିଲ୍ଲା ଜଜ୍ ଭି.ଭି ବାରା ପ୍ରସାଦଙ୍କୁ ହାଇଦ୍ରବାଦ ପୋଲିସ ଗୁରୁବାର ଗିରଫ କରିଛି। ରଙ୍ଗାରେଡ୍ଡୀ ଜିଲ୍ଲାର ୧୪ତମ ଅତିରିକ୍ତ ମାଜିଷ୍ଟ୍ରେଟ ପ୍ରସାଦଙ୍କ ସ୍ଥାନୀୟ ଏକ କୋର୍ଟ ଦୁଇ ସପ୍ତାହ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ତାଙ୍କୁ ଏବେ ଚଚଂଳଗୁଡା କେନ୍ଦ୍ରୀୟ କାରଗାରରେ ରଖାଯାଇଛି ।ପ୍ରସାଦଙ୍କ ବିରୋଧରେ ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଦାଖଲ ହେବା ପରେ ହାଇଦ୍ରାବାଦ ହାଇକୋର୍ଟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ତେଲେଙ୍ଗନା ଦୁର୍ନୀତି ନିବାରଣ ବ୍ୟୁରୋ ପ୍ରସାଦଙ୍କ ବାସଭବନରେ ଚଢାଉ କରି ୧.୫ କୋଟି ଟଙ୍କାର ସମ୍ପତି ଜବତ କରିଥିଲା । ଏଥିସହ ହାଇଦ୍ରବାଦ ୬ଟି,ସିରିସିଲାର ୩ ଟି ଏବଂ ମହାରାଷ୍ଟ୍ରର ୨ଟି ସ୍ଥାନରେ ଥିବା ପ୍ରସାଦଙ୍କ ସମ୍ପର୍କୀୟ ଏବଂ ସହଯୋଗୀଙ୍କ ଘରେ ମଧ୍ୟ ଚଢାଉ ହୋଇଛି । ପ୍ରସାଦ ହେଉଛନ୍ତି ତେଲେଙ୍ଗାନା ଦୁର୍ନୀତି ଅଭିଯୋଗକୁ ଭକ୍ଟଚ୍ଛକ୍ଟ କରି ଜିଲ୍ଲା ଜଜ୍ ମେହବୁବନଗର କୋଲା ରଙ୍ଗା ରାଓଙ୍କୁ ହାଇକୋର୍ଟ ଏପ୍ରିଲରେ ନିଲମ୍ବିତ କରିଥିଲେ । ସେହି ମାସରେ ଦୁର୍ନିତୀ ଦିବାରଣ ବ୍ୟୁରୋର ଚଢାଉ ପରେ ହାଇଦ୍ରବାଦର ମେଟ୍ରୋପଲିଟାନ ସେସନ୍ସ କୋର୍ଟ ବିଚପ୍ତି ଏସ ରାଧାକ୍ରିଷ୍ଣ ମୂର୍ତିଙ୍କୁ ନିଲମ୍ବିତ କରାଯାଇଛି । ଜଗତିଆଲ ଜିଲ୍ଲା କୋର୍ଟର କନିଷ୍ଠ ସିଭିଲ ଜଜ୍ ଏସ୍ ମଧୁଙ୍କ ବିରୋଧରେ ଲାଚଂ କାରବାର ଆସିବା ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା । ହାଇଦ୍ରାବାଦର ଲେବର କୋର୍ଟ ବିଚାରପତି ଏମ୍ ଗାନ୍ଧୀଙ୍କ ଘରୁ ଚଢାଉ ବେଳେ ସମ୍ପତି ଜବତ କରାଯିବା ପରେ ତାଙ୍କୁ ମାର୍ଚ୍ଚରେ ନିଲମ୍ବିତ କରାଯାଇଛି ।