ଆସନ୍ତା ୧୬ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଫର୍ମ ଫିଲ୍‌ଅପ୍‌

0
92
the-form-fill-up-date-of-2-exam-declared

ଭୁବନେଶ୍ୱର: ଆସନ୍ତା ବର୍ଷ ଯୁକ୍ତ ଦୁଇ ପରୀକ୍ଷା ନିମିତ୍ତ ଗୁରୁବାର ଫର୍ମ ଫିଲ୍‌ଅପ୍‌ ତାରିଖଟି ଘୋଷଣା ହୋଇ ଯାଇଛି। ଉକ୍ତ ଫର୍ମ ଫିଲ୍‌ଅପ୍‌ କାର୍ଯ୍ୟ ନଭେମ୍ବର ୧୬ରୁ ଆରମ୍ଭ ହେବ। ସୂଚନା ଅନୁଯାୟୀ, ୧୬ ରୁ ୨୬ ଭିତରେ ଛାତ୍ରଛାତ୍ରୀ ଫର୍ମ ଫିଲଅପ୍‌ କଲେ ସେମାନଙ୍କୁ ଫାଇନ୍‌ ଦେବାକୁ ପଡ଼ିନଥିବା ବେଳେ ୨୭ ରୁ ୩୦ ତାରିଖ ମଧ୍ୟରେ କଲେ ୫୦ ଟଙ୍କା ଫାଇନ୍‌ ଦେବାକୁ ପଡ଼ିବ। ସେହିପରି ଡିସେମ୍ବର ୧ରୁ ୪ ତାରିଖ ପର୍ଯ୍ୟନ୍ତ ଫର୍ମ ଫିଲ୍‌ଅପ୍‌ କଲେ ୩୫୦ ଟଙ୍କା ଫାଇନ୍‌ ଦେବାକୁ ହେବ। ଫର୍ମ ଫିଲଅପ୍‌ ଚାର୍ଜ ସମୁଦାୟ ୫୨୦ଟଙ୍କା ପଡିବ ବୋଲି ନିର୍ଦ୍ଧାରିତ ହୋଇଛି।