ଦୁଇ ଜଣ ମୁସଲିମ ମହିଳା ନିର୍ବାଚିତ ହେବା ଏବେ ଆମେରିକା ରାଜନୀତିରେ ନୂଆ ମୋଡ଼

0
102
The palestinian Amerikan & somali-amerikan make history as the first two women headed to US Congress.

ଚିକାଗୋ: ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଦୁଇ ଜଣ ମହିଳା ଦେଶର ସଂସଦ ବା କଂଗ୍ରେସକୁ ନିର୍ବାଚିତ ହୋଇଛନ୍ତି। ଜଣେ ସୋମାଲିଆର ଶରଣାର୍ଥୀ ଇଲହାନ ଓମର-୩୭ ହୋଇଥିବା ବେଳେ ଆଉ ଜଣେ ହେଉଛନ୍ତି ପାଲେଷ୍ଟାଇନ୍‌ରେ ଜନ୍ମିତ ରଶିଦା ତଲଇବ-୪୨। ଉଭୟ ଡେମୋକ୍ରାଟସ୍‌ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ। ଏପଟେ ଟ୍ରମ୍ପ ପ୍ରଶାସନ ଶରଣାର୍ଥୀ ଓ ମୁସଲିମଙ୍କ ବିରୋଧରେ ଯୋଜନା ପରେ ଯୋଜନା କରୁଥିବା ବେଳେ ବିରୋଧୀ ଦଳରୁ ଏଭଳି ଦୁଇ ଜଣ ମୁସଲିମ ମହିଳା ନିର୍ବାଚିତ ହୋଇଛନ୍ତି ଏବେ ଏହା ଆମେରିକା ରାଜନୀତିରେ ନୂଆ ମୋଡ଼ ଆଣିବ ବୋଲିକୁହା ଯାଉଛି। ଇଲହାନ ଡେମୋକ୍ରାଟସ୍‌ଙ୍କ ଗଡ଼ କୁହାଯାଉଥିବା ମିନିଆପଲିସ୍‌ରୁ ବିଜୟୀ ହୋଇଥିବା ବେଳେ ରଶିଦା ଡେଟ୍ରୋଏଟ୍‌ରୁ ଡିୟରବର୍ଣ୍ଣ କଂଗ୍ରେସିଆଲ୍‌ ଡିଷ୍ଟ୍ରିକ୍ଟରୁ ନିର୍ବାଚିତ ହୋଇଛନ୍ତି।