ଆଜି ରିଲିଜ ହେବ ‘ଠଗସ ଅଫ ହିନ୍ଦୋସ୍ତାନ’

0
109
thugs of hindostan movie is going to be release today

ନୂଆଦିଲ୍ଲୀ: ବିଜୟ କୃଷ୍ଣ ଆଚାର୍ଯ୍ୟଙ୍କ ନିର୍ଦେଶିତ ‘ଠଗସ ଅଫ ହିନ୍ଦୋସ୍ତାନ’ ଆଜି ରିଲିଜ ହେବାକୁ ଯାଉଛି। ହାରାହାରି ୩ୟଓ କାର୍ଡ ତାଙ୍କ ଖର୍ଚ କରାଯାଇ ଏହି ସିନେମା ତିଆରି କରାଯାଇଛି। ଏଥିରେ ସଂଗୀତ ନିର୍ଦେଶକ ଭାବେ ଅଜୟ- ଅତୁଲ ଏବଂ ଜନ ସ୍ଟେବର୍ଟ ସଂଗୀତ ନିର୍ଦେଶନା ଦେଇଛନ୍ତି। ଏହି ସିନେମାଟି ୧୮୩୯ ମସିହାର ଫିଲିପ ମିଃଡୋଜ ଟେଲରଙ୍କ ନୋବେଲ ଉପରେ ଆଧାରିତ। ଏହି ସିନେମାରେ ଅମୀର ଅଲି ନାମକ ହତ୍ୟାକାରୀ ଏବଂ ତାର ଦଳ ସମ୍ପର୍କରେ ଦେଖିବାକୁ ମିଳିବ। ୧୭୯୦ ଏବଂ ୧୮୦୫ ମସିହା ମଧ୍ୟରେ ଯାହାର ହତ୍ୟାକରିବାର ଉପାୟ ବ୍ରିଟିଶ ଅଧିକାରୀ ମାନଙ୍କୁ ଆହ୍ଵାନ କରିଥିଲା। ଏଥିରେ ମୁଖ୍ୟ ଭୂମିକାରେ ଅମୀର ଖାନଙ୍କୁ ଦେଖିବାକୁ ମିଳିଛି। ତାଙ୍କଛଡ଼ା ଅମିତାଭ ବଚ୍ଛନ, କାତ୍ରିନା କେଫ ଏବଂ ଫାତିମାଙ୍କୁ ଦେଖିବାକୁ ମିଳିଛି। ଏହାର ଟ୍ରେଲର ଦର୍ଶକ ମାନଙ୍କୁ ପସନ୍ଦ ଆସିଥିଲା। ଏବେ ଦର୍ଶକ ମାନେ ସମ୍ପୂର୍ଣ ସିନେମା ଦେଖିବା ନିମନ୍ତେ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି।