ମେନକାଙ୍କୁ ଅଦାଲତକୁ ଟାଣିବେ ବାଘୁଣୀ ‘ଅବନୀ’ର ହତ୍ୟାକାରୀ

0
114
menaka gandhi will be at court said tigress avni murderer saifat alli khan

ନୂଆଦିଲ୍ଲୀ: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ଅଦାଲତକୁ ଟାଣିବେ ବୋଲି ଧମକ ଦେଇଛନ୍ତି ବାଘୁଣୀ ‘ଅବନୀ’ ହତ୍ୟାକାରୀ ଶୈଫତ୍‌ ଅଲି ଖାଁଙ୍କ ବାପା। ସେ ଦାବି କରିଛନ୍ତି ଯେ ତାଙ୍କ ପୁଅ ଆତ୍ମରକ୍ଷା ନିମନ୍ତେ ବାଘୁଣୀକୁ ମାରିଛନ୍ତି।
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭିତ୍ତିହୀନ ଅଭିଯୋଗ ଆଣୁଥିବାର ସେ ଦାବି କରିଛନ୍ତି। ତାଙ୍କ କହିବା ଅନୁଯାୟୀ ଟ୍ରାଙ୍କୁଲାଇଜ ଉଦ୍ୟମ ବିଫଳ ହେବା ପରେ ବାଘୁଣୀ ତାଙ୍କ ପୁଅ ଉପରକୁ ଆକ୍ରମଣ କରିବାରୁ ସେ ଆତ୍ମରକ୍ଷା ନିମନ୍ତେ ବାଘୁଣୀକୁ ମାରିଛି। ଶୈଫତ୍‌ ଅଲି ଖାଁ ମଧ୍ୟ ନିଜକୁ ରକ୍ଷାକରିବାକୁ ଯାଇ କହିଛନ୍ତି ଯେ ସମୁଚ୍ଚିତ ସରକାରୀ ଆଦେଶ ବିନା ସେ କେବେ କୌଣସି ପ୍ରାଣୀ ମାରି ନାହାନ୍ତି। ଆମ ବିରୋଧରେ ଭିତ୍ତିହୀନ ଅଭିଯୋଗ କରୁଥିବାରୁ ଆମେ ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ଅଦାଲତକୁ ଟଣାଇବା ନିମନ୍ତେ ବିଚାର କରୁଛୁ।