ସୁନ୍ଦରୀ : ଅପରେସନ ସଫଳ

0
127
Tigress-Sundari opration sucess

ଭୁବନେଶ୍ୱର : ଦୀର୍ଘ ଦିନର ଅପରେସନ ସଫଳ ହେଲା । ବହୁ ପ୍ରଚେଷ୍ଠା ପରେ କାବୁ ହେଲା ବାଘୁଣୀ ସୁନ୍ଦରୀ । ଧରାପଡ଼ିବା ପରେ ବାଘୁଣୀକୁ ଟ୍ରାଙ୍କୁଲାଇଜ କରାଯାଇଛି । କୁମକି ହାତୀ ଯଶୋଦା ସହାୟତାରେ ମଣିଷଖିଆ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯାଇଛି ।ସୂଚନା ଯୋଗ୍ୟ ,ସୁନ୍ଦରୀ ଅନୁଗୁଳରେ ଗତ କିଛି ଦିନ ଧରି ଆତଙ୍କ ଖେଳାଇ ଆସୁଥିଲା । କେତବେଳେ ମଣିଷ କୁ ଆକ୍ରମଣ କରୁଥିଲା ତ ଆଉ କେତବେଳେ ବଳଦ କୁ ଘାଇଲା କରୁଥିଲା । ଟ୍ରାଙ୍କୁଲାଇଜ ପରେ ସୁନ୍ଦରୀକୁ ରାଇଗୁଡା ନିଆଯାଉଛି । ହାତୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ସାତକୋଶିଆ ଓ ନନ୍ଦନକାନନରୁ ଟିମ୍ ଆସିଥିଲା । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସି ର ଲହରୀ ଖେଳିଯାଇଛି । ଆତଙ୍କିତ ହୋଇ ରହୁଥିବା ଲୋକେ ଏବେ ଆଶ୍ୱସ୍ତି ପାଇଥିବା କହିଛନ୍ତି । ପିସିସିଏଫ ସନ୍ଦୀପ ତ୍ରିପାଠୀ ସୁନ୍ଦରୀ କୁ ଟ୍ରାଙ୍କୁଲାଇଜକୁ ନେଇଥିବା ସୂଚନା ଦେଇଛନ୍ତି ।