ବିମୁଦ୍ରିକରଣର ୨ ବର୍ଷ ପରେ ଦେଶକୁ ଫେରିଛି ମାତ୍ର ୧ ପ୍ରତିଶତ କଳାଧନ

0
105
today is the 2nd notes ban anniversary

ଦିଲ୍ଲୀ: ଦୁଇ ବର୍ଷ ପୂର୍ବେ ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ ବିମୁଦ୍ରିକରଣ। ମୋଦି ୮ ନଭେମ୍ବର ୨୦୧୬ରେ ଏହା ଘୋଷଣା କରି ଦୁର୍ନୀତି ବିରୋଧରେ ଏହା ଏକ ଲଢେଇ ବୋଲି କହିଥିଲେ। ସେହି ରାତି ୧୨ଟା ହିଁ ୫ ଶହ ଓ ୧୦୦୦ ଟଙ୍କିଆ ନୋଟ ଉପରେ ଲାଗିଥିଲା ପ୍ରତିବନ୍ଧକ। ଅବଶ୍ୟ କିଛି ଦିନମଧ୍ୟରେ ଏହି ନୋଟ ସବୁକୁ ବଦଳାଇବାର ପାଇଁ ବ୍ୟବସ୍ଥା ରହିଲା। ସର୍ବସାଧରଣଙ୍କୁ ବ୍ୟାଙ୍କ୍‌ରେ ଲମ୍ବା ଲାଇନ୍‌ ଲଗେଇବା ସହ ଏଟିଏମରୁ ଟଙ୍କା ଉଠାଇବା ନିମନ୍ତେ ଧାଡିବାନ୍ଧି ଛିଡା ହେବାକୁ ପଡିଥିଲା ଯାହାଦ୍ୱାରା ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଲେ। ଏହାକୁ ସାମ୍ନାରେ ରଖି ସର୍ବମୋଟ କେତେ ଟଙ୍କା ଉଠାଇ ହେବ ତା ନେଇ ରିଜର୍ଭ ବ୍ୟାଙ୍କ୍‌ ଓ ସରକାର ନିଷ୍ପତ୍ତି ନେଲେ, ଯାହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଲା। ଦେଶରୁ କଳାଧନ ହଟାଇବା ପାଇଁ ଏହା ଏକ ସର୍ଜ୍ଜିକାଲ ଷ୍ଟ୍ରାଇକ୍‌ ବୋଲି ମଧ୍ୟ କୁହାଗଲା । କିନ୍ତୁ ବିମୁଦ୍ରିକରଣ ପରେ ମାତ୍ର ୧ ପ୍ରତିଶତ କଳାଧନ ଦେଶକୁ ଫେରିଛି ବୋଲି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା।