ଆଜି ବଡ଼ଦାଣ୍ଡରେ ହକି ବିଶ୍ୱକପ ମାସ୍କଟ ଓଲିର ରୋଡ ଶୋ

0
93

ପୁରୀ: ଆଜି ବଡ଼ଦାଣ୍ଡରେ ହକି ବିଶ୍ୱକପ ମାସ୍କଟ ଓଲିର ରୋଡ ଶୋ ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ଆସନ୍ତା ୨୮ ତାରିଖରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ପୁରୁଷ ହକି ବିଶ୍ୱକପ ଅନୁଷ୍ଠିତ ହେବ। ରାଜ୍ୟ ସରକାର ହକି ବିଶ୍ୱକପକୁ ସଫଳତାର ସହ ସମ୍ପନ୍ନ କରିବା ପାଇଁ ଜୋରଶୋର ଲାଗି ପଡିଛନ୍ତି। ସୂଚନା ଅନୁଯାୟୀ,ଏହାର ପ୍ରଚାର ପ୍ରସାର ପାଇଁ ଶୁକ୍ରବାର ସନ୍ଧ୍ୟାରେ ପୁରୀରେ ହକି ବିଶ୍ୱକପ ମାସ୍କଟ ଓଲି ପହଞ୍ଚିଥିଲେ। ଶନିବାର ସକାଳେ ପୁରୀରେ ରୋଡ଼ ଶୋ’ ଅନୁଷ୍ଠିତ ହୋଇଛି। ଏହି ଶୋକୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝି ଉଦ୍‌ଘାଟନ କରିଥିଲେ। ବିଶାଳ ଶୋଭାଯାତ୍ରାରେ ମାସ୍କଟ ଓଲି ବଡ଼ଦାଣ୍ଡ ଦେଇ ସମୁଦ୍ରକୂଳରେ ବୁଲି ହକି ବିଶ୍ୱକପ ପାଇଁ ସଚେତନତା ସୃଷ୍ଟି କରିଥିଲା।