ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି, ବାଣ ପାଇଁ ଅସ୍ତରଙ୍ଗ ବଜାରରେ ଗ୍ରାହକଙ୍କ ଭିଡ

0
144
tomorrow is the light day

ଅସ୍ତରଙ୍ଗ : ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି । ଏହି ପର୍ବକୁ ଧୂମଧାମରେ ପାଳନ କରିବାକୁ ସମସ୍ତେ ଅପେକ୍ଷା କରିଥାନ୍ତି । ଏଥିପାଇଁ ଅସ୍ତରଙ୍ଗ ବାଣ ବଜାରରେ ଗ୍ରାହକଙ୍କ ଭିଡ ଜମୁଛି। ବିଭିନ୍ନ କିସମର ବାଣ ମଧ୍ୟ ମିଳୁଛି। ଚଳିତବର୍ଷ ଫ୍ୟାନ୍‌ସି ବାଣର ବେଶ୍‌ ଚାହିଦା ରହିଛି। ୟୁନୁନିଅନ ବ୍ୟାଙ୍କ ପଡିଆରେ ପ୍ରଶାସନର ନିଷ୍ପତ୍ତି କ୍ରମେ ଚଳିତବର୍ଷ ବାଣ ବଜାର ଖୋଲାଯାଇଛି। ବ୍ୟବସାୟୀମାନେ ଦି ପଇସା ଲାଭ ପାଇବେ ବୋଲି ଆଶା ବାନ୍ଧିଛନ୍ତି । ଅନ୍ୟପଟେ କୌଣସି ଅଘଟଣ ନଘଟିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।