ବାଘ ହାବୁଡ଼ରୁ ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ

0
149
tourist-escaped-from-tiger

ମୁମ୍ବାଇ: ମହାରାଷ୍ଟ୍ରର ତଡ଼ୋବା ନ୍ୟାଶନାଲ ପାର୍କରେ ରବିବାର ବାଘ ହାବୁଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କିଛି ପର୍ଯ୍ୟଟକ। ସୂଚନାଯୋଗ୍ୟ, ପର୍ଯ୍ୟଟକମାନେ ଏକ ଖୋଲା ବସ୍‌ରେ ଉକ୍ତ ପାର୍କର ଜଙ୍ଗଲ ସଫାରୀରେ ବୁଲୁ ଥିବା ସମୟରେ ହଠାତ ଏକ ସାଢ଼େ ୩ ବର୍ଷର ବାଘ ‘ମଧୁ’ ସେମାନଙ୍କୁ ଆକ୍ରମଣ କରିଥିଲା। ତେବେ ଡ୍ରାଇଭର ଜଣଙ୍କ ବୁଦ୍ଧି ଖଟାଇ ଗାଡ଼ିର ବେଗ ବଢ଼ାଇ ଦେଇଥିବାରୁ ପର୍ଯ୍ୟଟକମାନେ ହିଂସ୍ର ବାଘଟିର ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇ ଯାଇଥିଲେ। ଉକ୍ତ ଘଟଣାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇସାରିଛି। ଏହି ଘଟଣା ପରେ ଏକ ସପ୍ତାହ ପର୍ଯ୍ୟନ୍ତ ସଫାରୀକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି।