ଯୌତୁକ ନିମନ୍ତେ ବୋହୂକୁ ପୋଡ଼ି ହତ୍ୟା

0
103

ବାରଙ୍ଗ:ନନ୍ଦନକାନନ ଥାନା ଅଧୀନ ଗଣ୍ଡରପୁର ଗ୍ରାମ ଅନ୍ତର୍ଗତ ଗୋକନପୁର ସାହିରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଯୌତୁକ ନିମନ୍ତେ ବୋହୂକୁ ପୋଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି । ମୃତ ମହିଳାଙ୍କର ନାମ ରଶ୍ମିରେଖା । ସୂଚନା ଅନୁଯାୟୀ, ଗତ ଦେଢ଼ ବର୍ଷ ହେବ ରଶ୍ମିଙ୍କର ଗୋକନପୁରର ଆଶିଷ ପଢ଼ିହାରୀଙ୍କ ସହ ବିବାହ ହୋଇଥିଲା। ଆଶିଷଙ୍କ ପରିବାର ଲୋକ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ । ଶେଷରେ ଗତକାଲି ସେମାନେ ପୋଡ଼ି ମାରିଦେଇଥିବା ରଶ୍ମିଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ନନ୍ଦନକାନ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିବାକୁ ପଠାଇବା ସହ ଶାଶୂ ଓ ଶ୍ୱଶୁରଙ୍କ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି।