ଟ୍ରକ୍ ଧକ୍କାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

0
125
Track accident wife dead and husband critical

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସିକା ଉପକଣ୍ଠରେ ଚିନି କାରଖାନା ଥିବା ନୂଆଗାଁ ଛକରେ ସ୍କୁଟିରେ ଯାଉଥିବା ଦମ୍ପତ୍ତିଙ୍କୁ ଟ୍ରକ୍ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଗୁରୁତର ଅବସ୍ଥାରେ ଆସିକା ମେଡିକାଲରେ ଚିକିତ୍ସିତ ହୋଇଛନ୍ତି। ସୂଚନା ଅନୁଯାଇ, ଉଭୟ ଦମ୍ପତି ବୁଗୁଡାରୁ ଆସିକାକୁ ସ୍କୁଟିଯୋଗେ ଆସୁଥିବାବେଳେ ନୂଆଗାଁ ଛକଠାରେ ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି।ସେପଟେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛନ୍ତି ।