ଟ୍ରାକ୍‌ରେ ଗଡ଼ିଲା ଇଞ୍ଜିନ ଲେସ୍‌ ଟ୍ରେନ୍‌ ‘ଟ୍ରେନ୍‌ ୧୮’

0
109

ମୋରଦାବାଦ: ସଫଳତାର ସହ ଟ୍ରାକ୍‌ ଉପରେ ଦୌଡିଛି ଦେଶର ପ୍ରଥମ ଇଞ୍ଜିନ ଲେସ୍‌ ଟ୍ରେନ୍‌ ‘ଟ୍ରେନ୍‌ ୧୮’ । ରବିବାର ସକାଳେ ଏହା ମୋରଦାବାଦ-ରାମପୁର ସେକ୍ସନରେ ପରୀକ୍ଷା କରାଯାଇଥିଲା। ତେବେ ପରୀକ୍ଷା କରିବା ସମୟରେ ଟ୍ରେନ୍‌କୁ ବିଭିନ୍ନ ଗତିରେ ଚଲାଇବା ଓ ଏହାର ବ୍ରେକ୍‌ ମଧ୍ୟ ଚେକ୍‌ କରାଯାଇଥିଲା। ପ୍ରଥମେ ଏହାର ବେଗକୁ ୩୦, ୫୦ ଓ ୬୦ କିଲୋମିଟର ପ୍ରତି ଘଣ୍ଟାରେ ଚଳାଯାଇଥିଲା। ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହା ସର୍ବଧିକ ଘଣ୍ଟାକୁ ୨୨୦ କିଲୋମିଟର ବେଗରେ ଗତି କରିପାରିବ।