ବିମାନ ବନ୍ଦରରେ ପହଞ୍ଚିଲେ ତୃପ୍ତି ଦେଶାଇ

0
106
trupti desai reached in airport

ବେଙ୍ଗାଲୁର: ସବରିମାଳା ମନ୍ଦିରରେ ପ୍ରବେଶ ପାଇଁ ଭୂମାତା ବିଗ୍ରେଡ୍‌ର ନେତ୍ରୀ ତୃପ୍ତି ଦେଶାଇ କୋଚି ବିମାନ ବନ୍ଦରରେ ପହଞ୍ଚିଛନ୍ତି। ତେବେ ସୁରକ୍ଷାକର୍ମୀ ତାଙ୍କୁ ଘେରି ରହିଛନ୍ତି। ବିମାନବନ୍ଦର ବାହାରେ ଭାଜପା ସଦସ୍ୟ ତୃପ୍ତିଙ୍କୁ ମନ୍ଦିରରେ ପ୍ରବେଶ କରାଇ ନ ଦେବା ଲାଗି ଯୋଜନା ପ୍ରସ୍ତୁତ କରି ଜଗି ରହିଛନ୍ତି। ସୂଚନା ଯୋଗ୍ୟ,ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ତୃପ୍ତି ଦେଶାଇ ଅନ୍ୟ ୬ ଜଣ ମହିଳାଙ୍କ ସମେତ ମନ୍ଦିରରେ ପ୍ରବେଶ ପାଇଁ ଏଠାରେ ପହଞ୍ଚିଛନ୍ତି। ଶନିବାର ମନ୍ଦିରର ଦ୍ୱାରା ଖୋଲାଯିବ। ସୁରକ୍ଷା ଦୃଷ୍ଟିରୁ ମନ୍ଦିର ନିକଟରେ ୧୪୪ ଧାରା ଜାରି କରାଯାଇଛି।