ଖଣ୍ଡଗିରି ଛକରେ ଜଳିଗଲା ୨ ବସ୍‌

0
124
Two Buses Catch Fire In Bhubaneswar

 

ଭୁବନେଶ୍ୱର : ଭୁବନେଶ୍ୱରରେ ଘଟିଛି ଏକ ଅଭାବନୀୟ ଘଟଣା। ଆଜି ସକାଳେ ଖଣ୍ଡଗିରି ଛକରେ ଏକ ପେଟ୍ରୋଲ୍ ପମ୍ପ ନିକଟରେ ଥିବା ୨ଟି ପୁରୁଣା ବସ୍‌ ଜଳି ଯାଇଛି। ସୂଚନା ଯୋଗ୍ୟ, ଏହି ବସଟି ଏଠାରେ ଅବ୍ୟବହୃତ ଅବସ୍ଥାରେ ପଡ଼ିଥିଲା। ବସରେ କେମିତି ନିଅ ଲାଗିଲା ତାହା ଏ ପର୍ଯନ୍ତ ସ୍ପଷ୍ଟ ହୋଇନି। ତେବେ ଏଥିରେ ବିଦ୍ୟୁତ୍ ତାର ଲାଗି ବସ୍ ଦୁଇଟି ଜଳି ଯାଇଥିବା କୁହାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।