ବେଆଇନ୍‌ ବାଣ ଫୁଟା ଅଭିଯୋଗରେ ସିଙ୍ଗାପୁରରେ ୨ ଭାରତୀୟ ଗିରଫ

0
106
Two Indians arrested in singapore for lighting Illegal fireworks

ସିଙ୍ଗାପୁର: ଦୀପାବଳିର ପୂର୍ବ ସନ୍ଧ୍ୟାରେ ବେଆଇନ୍‌ ବାଣ ଫୁଟାଇବା ଅଭିଯୋଗରେ ସିଙ୍ଗାପୁରର ‘ଲିଟଲ୍‌ ଇଣ୍ଡିଆ’ ଅଞ୍ଚଳରେ ଦୁଇ ଜଣ ଭାରତୀୟ ୨୯ ବର୍ଷିୟ ତିଆଗି ସେଲବାରାଜୁ ଏବଂ ୪୮ ବର୍ଷିୟ ଶିବ କୁମାର ସୁବ୍ରମଣିଆନ୍‌ଙ୍କୁ ଗିରଫ କରାଯାଇଛି। ଉକ୍ତ ୨ ଭାରତୀୟଙ୍କୁ ଦୁଇ ବର୍ଷ ଜେଲ୍‌ ସହ ୨, ୦୦୦ ରୁ ୧୦, ୦୦୦ ସିଙ୍ଗାପୁର ଡଲାର୍‌ରେ ଜରିମାନା କରାଯାଇଛି। ସୂଚନାଯୋଗ୍ୟ, ସୋମବାର ମଧ୍ୟରାତ୍ରୀ ପୂୂର୍ବରୁ ଶିବକୁମାର ଗ୍ଲୋସେଷ୍ଟର୍‌ ରୋଡ୍‌ ଡିଭାଇଡର୍‌ ଉପରେ ବାଣ ଖୋଳ ରଖିଥିବା ବେଳେ ତିଆଗୁ ସେଥିରେ ନିଅାଁ ଲଗାଇଥିଲେ।ଦୁହେଁ କେମିତି ବାଣ ଖରିଦ କଲେ ତାହା ଅବଶ୍ୟ ଜଣାପଡ଼ି ନାହିଁ। ଏହାପରେ ବେଆଇନ୍‌ ବାଣ ଫୁଟାଇବା ଅଭିଯୋଗରେ ମଙ୍ଗଳବାର ସେ ଦୁହିଁଙ୍କୁ ଗିରଫ କରାଯାଇଥିଲା।